Sata Chitra Michha Charitra
| AUTHOR | Rout, Gourahari |
| PUBLISHER | Black Eagle Books (11/28/2022) |
| PRODUCT TYPE | Paperback (Paperback) |
ସତ ନାଁ'ରେ ଏଠି ମିଛର ଖେଳ ବେଶୀ ଚାଲିଥାଏ । ଉପରର ଭେଲ୍]ବେଟ୍ କପଡ଼ା ତଳେ କେତେ କଦର୍ଯ୍ୟ ଅପରିଷ୍କାର ଚିତ୍ର ସାଇତା ହୋଇଛି - ଚକ୍]ଚକ୍ କରୁଥିବା ଭେଲ୍]ବେଟ୍ କପଡ଼ା ନଟେକିଲେ ଆମେ କେମିତି ଜାଣିବା? ମୁଖାପିନ୍ଧି ନାଚୁଥିବା ଲୋକର ମୁଖା ନଖୋଲିଲେ ଆମେ କ'ଣ ଚରିତ୍ରର ସତ ଚେହେରାକୁ ଦେଖିପାରିବା? ସେଇଥି ପାଇଁ କୁଢ଼ କୁଢ଼ ଅଳିଆ ଉପରେ ଅତର ସିଞ୍ଚି ଚଉଦିଗକୁ ମହକାଉଥିବା ଲୋକ ଉପରେ ଭରସା କରି ଆମରି ଭିତରୁ ଅନେକେ ସେମାନଂକ ପଛରେ ଧାଇଁଥାନ୍ତି । ଆମେ ସତରେ କେତେ ବୋକା - ସେମାନଂକ ମନଭୁଲାଣିଆ କଥାରେ ଭଳିଯାଇ କାଳିସୀ ଲାଗିଲାପରି ଚାଲିଥାଉ । କାଂଚନ ବଦଳରେ କାଚ କଣିକା ଦେଖାଇ ସେମାନେ ଆମକୁ ନୟାନ୍ତ କଲେ ବି ଆମେ ମାଇଲ୍ ମାଇଲ୍ ବାଟ ଦୌଡୁଥାଉ - କାଳେ କାଂଚନ ମିଳିଯିବ କି? ଶେଷରେ ପାଣି ଭ୍ରମରେ ମରୀଚିକା ପଛରେ ଧାଇଁବାର ପରିଣାମ ଆମକୁ ଭୋଗିବାକୁ ପଡ଼େ । ନା କାଂଚନ, ନା କାଚ - ନା ଜଳ, ନା ମରୀଚିକା କୌଣସିଟା ଆମ ଭାଗ୍ୟରେ ଯୁଟେନି ।
ଆମକୁ ଭ୍ରମିତ କରୁଥିବା ସେଇ ଚତୁରମାନେ କିନ୍ତୁ ଆସନ୍ନ ବିପଦର ସୁରାକ୍ ପାଇଲେ ଖସିଯାଆନ୍ତି, କେତେବେଳେ ସାତବର୍ଣ୍ଣି ଏଣ୍ଡୁଅ ପରି ରଙ୍ଗ ବଦଳାଇ ଅଥବା ଆଉ କେତେବେଳେ ଅଭିନବ ଅଭିନୟ କରି ।
ଏଇସବୁ ଚିତ୍ର ଏବଂ ଚରିତ୍ରର ସମାହାର ହେଉଛି 'ସତ ଚିତ୍ର ମିଛ ଚରିତ୍ର' । ଆମ ଚାରିପାଖର ବାସ୍ତବ ଚିତ୍ର ଏଥିରେ ରୂପ ପାଇଛି ନୂଆ ଢଂଗରେ; ଆଉ ଏକ ପରିପାଟୀରେ । ବିଶେଷ କଥା ହେଉଛି - ବାସ୍ତବ ଚିତ୍ର ଭିତରେ ଖଂଜାଯାଇଥିବା ଚରିତ୍ରମା&