Kalpakallola
| AUTHOR | Roy, Jyotsna; Rath, Saraju |
| PUBLISHER | Black Eagle Books (09/22/2021) |
| PRODUCT TYPE | Paperback (Paperback) |
ଏ ଯୁଗଳବନ୍ଦୀ ପୁସ୍ତକର ବିଷୟବସ୍ତୁକୁ ଚାରିଭାଗରେ ସଜାଯାଇଛି, ଯଥା [କ] ରାଗ ଅନୁରାଗ [ଖ] ଭାବ ଅନୁଭାବ [ଗ] ରଙ୍ଗ ତରଙ୍ଗ [ଘ] ସ୍ମୃତି ଅନୁଭୂତି
କବିତା ଭିତରେ ବିବିଧତାର ପରିପ୍ରକାଶ ପାଇଁ କିଛି ଭିନ୍ନ ଧରଣର ଶବ୍ଦ ସଜ୍ଜା କରାଯାଇଛି । ସରଳ ଭାବ ଓ ଶବ୍ଦବିନ୍ୟାସ ସହ ସାଧୁଶବ୍ଦର ପ୍ରୟୋଗ ମଧ୍ୟ ହେଇଛି । ମୂଖ୍ୟତଃ ଜଣକ ଦ୍ବାରା ଲିଖିତ ପ୍ରତିଟି କବିତାର ଶେଷ ପଂକ୍ତି ବା ଶେଷ ଶବ୍ଦ ଅନ୍ୟ ଜଣକର ପ୍ରାରମ୍ଭ ଶବ୍ଦ ବା ପଦଭାବେ ବ୍ୟବହାର କରି ଲେଖାକୁ ଆଗକୁ ନିଆଯାଇଛି । କେଉଁଠି ପ୍ରତି ଧାଡିର ପ୍ରାରମ୍ଭ ଗୋଟିଏ ଅକ୍ଷରରେ ଅଛି ତ କେଉଁଠି ପ୍ରତି ଧାଡିର ଶେଷଶବ୍ଦ ପରବର୍ତ୍ତୀ ଧାଡିର ପ୍ରଥମଶବ୍ଦ ଭାବେ ବ୍ୟବହୃତ ହେଇଛି, ଯଦିବା ଭାବନାର ପ୍ରବାହ ଅବ୍ୟାହତ ଅଛି । ଏତଦ୍ ବ୍ୟତୀତ ଚେଷ୍ଟା କରିଛୁ ଦୁହେଁ ପ୍ରତ୍ୟେକ କବିତାକୁ ଲେଖନୀ ମାଧ୍ୟମରେ ଆମ ବାସ୍ତବଭାବନାର ରୂପ ଦେଇ, ସ୍ଵପ୍ନର ରଙ୍ଗ ମାଖି, କଳ୍ପନାର ଭୂଷଣରେ ସଜାଇ କବିତାକାମିନୀଟିକୁ ମୂର୍ତ୍ତୀମନ୍ତ କରିବା ପାଇଁ ।
ଏକ ସରମୀ ଲତିକା ଯେପରି ଏକ ବିଶାଳ ତରୁରେ ନିଜକୁ ଅନାୟାସରେ ଜଡାଇ ଧରେ, ସେମିତି ହୃଦୟ ରୂପୀ ଉପବନର ଭାବତରୁରେ କବିତା ରୂପକ ଲତା ନିଃସଂକୋଚରେ ଆଗକୁ ମାଡି ବିକାଶୋନ୍ମୁଖୀ ହୁଏ । ଅନ୍ତରର ଭାବନାକୁ ସଠିକ୍ ଭାବେ ଉପଯୁକ୍ତ ଶବ୍ଦ ବିନ୍ୟାସ ଦ୍ବାରା ରୂପ ଦେବାପାଇଁ ମନ ଭିତରେ ଖେଳୁଥିବା ରାଗ ରଞ୍ଜିତ ଅନୁରାଗ, ଭାବଭରା ଅନୁଭାବର ସମନ୍ବୟତା, ସ୍ଵତଃ ସୃଷ୍ଟି ହେଇଥିବା ବ